//BREAKING//
Loading...

ସମସ୍ୟା ଘେରରେ ଟାକରା ଆଶ୍ରମ ବିଦ୍ୟାଳୟ, ନାହାନ୍ତି ଆବଶକୀୟ ସଂଖ୍ୟକ ଶିକ୍ଷକ

 





ଦଶପଲ୍ଲା : ସମସ୍ୟା ଘେରରେ ଟାକରା ଆଶ୍ରମ ବିଦ୍ୟାଳୟ, ଆଦିବାସୀ ହରିଜନ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟଟି ଆଜିବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହି ବିଦ୍ୟାଳୟ ରେ ବାଲବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୯ ଟି ଶ୍ରେଣୀର ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ଏହା ପରିସରରେ ୧୦୦ ରୁ ଉର୍ଦ୍ଧ ଆଦିବାସୀ ହରିଜନ ଛାତ୍ରୀ ଏଠାରେ ଆବାସିକ ଭାବରେ ରହି ପାଠ ପଢ଼ୁଥିବାବେଳେ ମାତ୍ର ୪ ଜଣ ଶିକ୍ଷକ ଓ ଜଣେ ଅତିଥି ଶିକ୍ଷକଙ୍କ ମାଧ୍ୟମରେ ଚାଲିଛି ଶିକ୍ଷାଦାନ ତତ ସହିତ ଦୀର୍ଘ ୧ ବର୍ଷ ହେବ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ଜଣକୁ ଦାୟୀତ୍ୱ୍ୱ ପ୍ରଦାନ କରି ଚାଲୁ ରହିଛି ବିଦ୍ୟାଳୟ . ୯ ଗୋଟି ଶ୍ରେଣୀକୁ ୪ ଜଣ ଶିକ୍ଷକ କେମିତି ପାଠ ପଢ଼ାଇବେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ ଏବଂ ବହୁ ଅଭିଭାବକ କହିବା ମୁତାବକ ଶିକ୍ଷକ ସମସ୍ୟାକୁ ନେଇ ପୂର୍ବରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏଯାବତ ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟାରେ କୌଣସି ସମାଧାନ ହୋଇନାହିଁ।

ତେବେ ବର୍ତମାନ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ଏ ସମସ୍ୟାର ସମାଧାନ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ଆଗାମୀ ୧୦ ଦିନ ମଧ୍ୟରେ ଏହାର କୌଣସି ସମାଧାନ କରାନଯାଏ ତେବେ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ପରିଚାଳନା କମିଟି ସଭାପତି ଏବଂ ଅଭିଭାବକ କହିଛନ୍ତି।କାରଣ ପୂର୍ବରୁ ଶିକ୍ଷକ ଯୋଗାଇଦେବା ନିମନ୍ତେ ବହୁ ଅଶେଶ୍ୱନା ମିଳୁଥିଲେ ସୁଦ୍ଧା ଏଯାବତ ଏହାର କୌଣସି ନିଷ୍କର୍ଷ ବାହାରି ପାରିନାହିଁ ବା ଶିକ୍ଷକ ସମସ୍ୟାରେ ଜବନିକା ପଡ଼ି ପାରିଲାନାହିଁ।ତେଣୁ ଭବିଷ୍ୟତରେ ଯଦି ଆଦିବାସୀ ମାନଙ୍କ ଜନ ଆନ୍ଦୋଳନ କିମ୍ବା ରାସ୍ତାରୋକ ଭଳି ପଦକ୍ଷେପ ନିଅନ୍ତି ତେବେ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି।

                (ଦଶପଲ୍ଲାରୁ ରତ୍ନାକର ହୋତାଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe